୧୯ ବର୍ଷର ସୁବର୍ଣ୍ଣ ଅଧ୍ୟାୟ – ରୋହିତ ଶର୍ମାଙ୍କ ଐତିହାସିକ ଅବଦାନ 🏆
ଲର୍ଡସରେ ରବିବାର ଦିନ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ (ODI) ମ୍ୟାଚ୍ ପୂର୍ବରୁ ଷ୍ଟାର୍ ଭାରତୀୟ ବ୍ୟାଟର ରୋହିତ ଶର୍ମାଙ୍କ ପିତାମାତା ଲଣ୍ଡନରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ସିରିଜ୍-ନିର୍ଣ୍ଣାୟକ ମ୍ୟାଚଟି ରୋହିତଙ୍କ ପାଇଁ ଦିନିକିଆ ଫର୍ମାଟ୍ରେ ଶେଷ ମ୍ୟାଚ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ପିତାମାତାଙ୍କ ଲଣ୍ଡନ ଗସ୍ତ ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଛି । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ରୋହିତ ମାତ୍ର ୧୧ ଏବଂ ୨୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି, ଯାହାଫଳରେ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 'କ୍ରେକ୍ସ' (Crex) ର ଏକ ରିପୋର୍ଟ ଅନୁଯାୟୀ, ରୋହିତଙ୍କ ପିତାମାତା ଗୁରୁନାଥ ଶର୍ମା ଏବଂ ପୂର୍ଣ୍ଣିମା ଶର୍ମା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଲଣ୍ଡନ ଯାତ୍ରା କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ‘ରୋହିତ ଶର୍ମାଙ୍କ ପିତାମାତା ପୂର୍ବରୁ ଲଣ୍ଡନରେ ପହଞ୍ଚି ସାରିଛନ୍ତି ଏବଂ ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ଦେଖିବା ପାଇଁ ସେମାନେ ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ।’ ସୂଚନା ଅନୁଯାୟୀ, ଅଜିତ ଅଗରକରଙ୍କ ନେତୃତ୍ୱରେ ଜାତୀୟ ଚୟନ କମିଟି ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଯୁବ ଓପନର୍ ଯଶସ୍ୱୀ ଜୟସ୍ବାଲଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଛି ଏବଂ ସେଥିପାଇଁ ଏହି ୫୦ ଓଭର ଫର୍ମାଟ୍ରେ ରୋହିତ ଶର୍ମାଙ୍କଠାରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରୋହିତ୍ ଶର୍ମାଙ୍କ ଦିନିକିଆ କ୍ରିକେଟରୁ ଅବସର ନେବା ଗୁଜବ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୂର୍ଣ୍ଣଚ୍ଛେଦ ଲଗାଇଛି । ରବିବାର ଲର୍ଡସର ଐତିହାସିକ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ନୁହେଁ । ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଏହା ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଇକିଆ, ସେହି ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ଦାବି କରାଯାଉଥିଲା ଯେ ରୋହିତ ଶର୍ମା ରବିବାର ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ପରେ ଦିନିକିଆ କ୍ରିକେଟକୁ ଅଲବିଦା କହିବେ । ସାଇକିଆ କହିଛନ୍ତି, "ମୁଁ ସ୍ପଷ୍ଟ କରିବାକୁ କହିବାକୁ ଚାହୁଁଛି ଯେ ରୋହିତ ରବିବାର ଲର୍ଡସରେ ନିଜର ଶେଷ ମ୍ୟାଚ୍ ଖେଳିବେ ବୋଲି ବୋର୍ଡ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ରୋହିତ ଭାରତୀୟ ଦିନିକିଆ ଦଳର ଜଣେ ନିୟମିତ ସଦସ୍ୟ ଏବଂ ଯେପର୍ଯ୍ୟନ୍ତ ତାଙ୍କୁ ଦଳରେ ସାମିଲ କରିବାର ଯୋଜନା ରହିବ, ସେ ଦେଶର ପ୍ରତିନିଧିତ୍ୱ ଜାରି ରଖିବେ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଲର୍ଡସ ୱାନଡେ ତାଙ୍କର ଶେଷ ମ୍ୟାଚ୍ ହେବନାହିଁ ।" କାହିଁକି ସୃଷ୍ଟି ହୋଇଥିଲା ଗୁଜବ ? ଆଗକୁ ୨୦୨୭ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ । ଏହାକୁ ଦୃଷ୍ଟିରେ ରଖି ଚୟନ ସମିତି ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଏକ 'ଟ୍ରାଞ୍ଜିସନ ଫେଜ୍' ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ ଖବର ଆସିଥିଲା । ଏହି ଖବର ପରେ ଗୁଜବ ଆରମ୍ଭ ହୋଇଥିଲା । ଏହାସହ ଇଂଲଣ୍ଡ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ରନ୍ ନବାହାରିବା ଯୋଗୁଁ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଥିଲା । ତେବେ ବିସିସିଆଇ ସଚିବ ଏହି ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି । 📌 SUPPORT THE CHANNEL: If you enjoyed this analysis, please LIKE the video and SUBSCRIBE for daily IPL 2026 updates! 🏏 Help us reach our milestone: 1000 Subscribers 🌐 JOIN THE COMMUNITY: 📸 Instagram: / gameoftheruns 📺 OUR OTHER CHANNELS: 🏏 Game of the Runs ODIA: / @gameoftheruns

File Theft Row: Notice to Pandian, Shah's Political Play | Nirbhay Gumar Katha

IND vs ZIM: ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ହରାଇଲା ଭାରତ, ୧୨୫ ରନରେ ଆଣ୍ଠେଇଲା ଜିମ୍ବାଓ୍ବେ

ବିଳମ୍ବିତ ରାତିରେ ରୁଦ୍ଧ କୋଠରୀରେ ୪ ଜଣକୁ ନେଇ BCCI ର ସାଂଘାତିକ ବୈଠକ !

ଶନି ବକ୍ରୀ ୨୦୨୬: ଜୁଲାଇ ୨୭ରୁ ଶନି ବକ୍ରୀ! କେଉଁ ରାଶି ପାଇଁ ବିପଦ, କାହାକୁ ମିଳିବ ଲାଭ? କାହାର ବଦଳିବ ଭାଗ୍ୟ? |

ODI World Cup 2027 India Playing 11 | ୨୦୨୭ ବିଶ୍ୱକପ୍ରେ ଖେଳିବେ ଏହି ୮ ଷ୍ଟାର୍ ଖେଳାଳି!

AJ Styles On Retirement, Gunther, Hall Of Fame, John Cena, One More Match?

ବଲିଉଡ୍ ହିରୋଙ୍କ ଚନ୍ଦା ମୁଣ୍ଡରେ ମୁଁ ଚୁଟି ଉଠେଇଛି... | EP-169 | Podcast With Dr. Pradeep Sethi

Harvesting Giant Ginger to Sell at the Countryside Market | Caring for Sugarcane

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

Special Story: 5 Reasons Spain Broke Messi's Dream and Defeated Argentina in the World Cup Final

Trump's Biggest Gamble: Will Saudi Become a Nuclear Power?।The Chanakya Dialogues। Major Gaurav Arya
![Alperen Şengün Interview: One Hour Exclusive With Turkish Superstar [SUBS 🇺🇸]](https://i.ytimg.com/vi_lc/tk9jQ086Nj0/hqdefault_en-US.jpg?sqp=COyyitMG-oaymwEmCNACELwBSFryq4qpAxgIARUAAAAAGAElAADIQj0AgKJDeAG4Ahei85f_AzISMGh0dHBzOi8vaS55dGltZy5jb20vdmkvdGs5alEwODZOajAvaHFkZWZhdWx0LmpwZw==&rs=AOn4CLCG4egboyr4VR4u_vPxsjLLjYlwrQ&usqp=CBc)
Alperen Şengün Interview: One Hour Exclusive With Turkish Superstar [SUBS 🇺🇸]

God Says: "IT WAS HARD TO GET THIS TO YOU IN TIME" | God Message Today ~ Gods Message Now

Abhishek & Vaibhav duo can single handedly win us the T20 series against Zimbabwe says vvs laxman

ବିଶ୍ଵକପ ୨୦୨୭ ପାଇଁ ରୋହିତଙ୍କ ୪ ସର୍ତ୍ତ... | Argus Digital | Rohit Sharma | BCCI | Team India

Happy old age of an elderly couple far from civilization. Apricot season

ଟେଷ୍ଟ ଦଳରେ ବଡ ସରପ୍ରାଇଜ୍ ,ଗିଲ ପାଇଲେ ନୂଆ ପାୱାର!| Latest Odia News | Samayalive

Update from Ukraine | Russia Lost Su-57 jet over Moscow, Su-35 Was Shot Down by F-16

କ୍ରିକେଟ୍କୁ ଅଲବିଦା ! NRohit wished to continue playing but selectors wanted to drop him । N18V

