THE BREAD OF LIFE 04 MAY 2026
ଆଦି ପୁସ୍ତକ 35:1-22 ବୈଥଲରେ ଈଶ୍ଵରଙ୍କ ଯାକୁବଙ୍କୁ ଆଶୀର୍ବାଦ 1ଅନନ୍ତର ପରମେଶ୍ଵର ଯାକୁବଙ୍କୁ କହିଲେ, ତୁମ୍ଭେ ଉଠି ବୈଥେଲକୁ ଯାଇ ସେଠାରେ ବାସ କର; ପୁଣି ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ଵର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର। 2ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର। 3ପୁଣି ଆସ, ଆମ୍ଭେମାନେ ଉଠି ବୈଥେଲକୁ ଯାଉ; ଯେଉଁ ପରମେଶ୍ଵର ମୋର ଦୁଃଖର ଦିନରେ ମୋʼ ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି। 4ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ତଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହା ସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ଲୁଚାଇ ରଖିଲେ। 5ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ଵରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ। 6ଅନନ୍ତର ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସରେ, ଅର୍ଥାତ୍, ବୈଥେଲରେ ଉପସ୍ଥିତ ହେଲେ। 7ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବୈଥେଲ (ବୈଥେଲର ପରମେଶ୍ଵର) ରଖିଲେ; କାରଣ ଯାକୁବ ଭ୍ରାତୃ ଭୟରେ ପଳାଇବା ବେଳେ ପରମେଶ୍ଵର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ। 8ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହୁଅନ୍ତେ, ବୈଥେଲର ଅଧଃସ୍ଥିତ ଅଲୋନ ବୃକ୍ଷମୂଳେ ତାହାର କବର ହେଲା, ପୁଣି ସେହି ସ୍ଥାନର ନାମ ଅଲୋନ-ବାଖୁତ୍ (ଶୋକ ବୃକ୍ଷ) ହେଲା। 9ଅନନ୍ତର ଯାକୁବ ପଦ୍ଦନ୍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ଵର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ। 10ପୁଣି ପରମେଶ୍ଵର ତାଙ୍କୁ କହିଲେ, ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ; ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ। 11ପରମେଶ୍ଵର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ତୁମ୍ଭେ ପ୍ରଜାବ; ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି ତୁମ୍ଭ କଟିଦେଶରୁ ରାଜଗଣ ଜାତ ହେବେ। 12ପୁଣି ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା। 13ସେହି ସ୍ଥାନରେ ତାଙ୍କ ସହିତ ଏରୂପ କଥାବାର୍ତ୍ତା କରି ପରମେଶ୍ଵର ତାଙ୍କ ନିକଟରୁ ଉର୍ଦ୍ଧ୍ଵଗମନ କଲେ। 14ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ। 15ପୁଣି ଯାକୁବ ପରମେଶ୍ଵରଙ୍କ ସହିତ କଥୋପକଥନ ସ୍ଥାନର ନାମ ବୈଥେଲ ରଖିଲେ। ରାହେଲଙ୍କ ମୃତ୍ୟୁ 16ଅନନ୍ତର ସେମାନେ ବୈଥେଲଠାରୁପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। 17ଆଉ ପ୍ରସବବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, ଭୟ କର, ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ। 18ତଥାପି ସେ ମଲା, ପୁଣି ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ (କଷ୍ଟଜାତ ପୁତ୍ର) ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମିନ (ଦକ୍ଷିଣହସ୍ତ ପୁତ୍ର) ରଖିଲେ। 19ଏହି ପ୍ରକାରେ ରାହେଲର ମୃତ୍ୟୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍, ବେଥ୍ଲିହିମ୍କୁ ଯିବା ପଥ ନିକଟରେ ତାହାର କବର ହେଲା। 20ଅନନ୍ତର ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଅଦ୍ୟାପି ଅଛି। 21ଅନନ୍ତର ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ଵୁ ସ୍ଥାପନ କଲେ। ଯାକୁବଙ୍କ ପୁତ୍ରଗଣ 22ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍ ଯାଇ ଆପଣା ପିତାର ବିଲହା ନାମ୍ନୀ ଉପପନିୀ ସଙ୍ଗରେ ଶୟନ କଲା, ପୁଣି ଇସ୍ରାଏଲ ତାହା ଶୁଣିଲେ।

THE BREAD OF LIFE 14 JUNE 2026

"ရင့်ကျက်သောခရစ်ယာန်" | Rev.Myat Nay

🔴God’s Chosen Ones, You Survived a Humiliation Ritual — and Your Discernment Saved Your Life!

THE BREAD OF LIFE 16 JUNE 2026

10 Hidden Social Rules in Germany Nobody Warns You About!

Deep Relaxation, Mental Clarity 🌿 Reduces Anxiety and Restores Calm

Catholic Bible in 365 Days - June 23 Music with a Message

“India Needs A New Constitution” | Prof. Gautam Desiraju

Live-24/06/2026 Murli Class -Brahmakumaris Avadhpuri, Rajkot

"It’s going to blow!" – But when? (Commodities king spills the beans)

Charborg Streams - Silent Hill 1 (Part 1)

Südafrika – Südkorea Highlights | Gruppe A, FIFA WM 2026 | sportstudio

Blue Light Evolutionary Waves with Nancy Rebecca

THE BREAD OF LIFE 07 JUNE 2026

Four Critical Words For The Church - Sadhu Sundar Selvaraj on The Jim Bakker Show

Where is our money going? Bengaluru needs accountability | Tejasvi Surya

Kabbalah: The Secret Teaching Everyone Has Heard of, But No One Knows. Ivan Negreev | Punk Monk

South Africa vs. South Korea FIFA World Cup 2026 | Sportschau

This is NOT a coincidence! How does a child really choose their parents?

