ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚାୟତର ପିଅନର ମାସିକ ଦରମା ୭୫୦ ଟଙ୍କା #viral #Views #mohancharanmajhi #cmoodisha
ତା ୦୧/୧୨/୨୦୨୪ ରିଖ ରବିବାର ୧୨ ଘଟିକା ସମୟରେ ବାରିପଦାର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଭବନରେ ଜିଲ୍ଲା ସମ୍ପାଦକ ଦିବାକର ବିନ୍ଧାଣୀ ଙ୍କ ଅଧ୍ୟକ୍ଷତା ରେ ସର୍ବ ପ୍ରଥମେ ଜିଲ୍ଲା ର ନୂତନ ସଭାପତି, ସମ୍ପାଦକ, ଉପସଭାପତି, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଉପଦେଷ୍ଟା ପଦ ଚୟନ କରାଯାଇଥିଲା I ଏହି ଜିଲ୍ଲା ସ୍ତରୀୟ ବୈଠକରେ ସର୍ବ ସମ୍ମତି କ୍ରମେ ସଭIପତି ଭାବେ ମାଗୁଣି ଦେହୁରୀ ସମ୍ପାଦକ ଭାବେ ମାନସ କୁମାର ବିନ୍ଧାଣୀ ଉପସଭାପତି ଭାବେ ସ୍ୱରୂପ ଚନ୍ଦ୍ର ପାତ୍ର ସହ ସମ୍ପାଦକ ଭାବେ ଅକ୍ଷୟ କୁମାର ପାତ୍ର କୋଷାଧକ୍ଷ ଶ୍ରୀଧର ରାଉତ ଓ ଉପ କୋଷାଧକ୍ଷ ଗଙ୍ଗାଧର ପାଣି ଓ ଉପଦେଷ୍ଟା ଭାବେ ଦିବାକର ବିନ୍ଧାଣୀ ଙ୍କୁ ଚୟନ କରାଗଲା I ଏହି ବୈଠକରେ ମୟୂରଭଞ୍ଜ ଜିଲ୍ଲା ର 26 ଗୋଟି ବ୍ଲକ ର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତ ର ପିଅନ ଉପସ୍ଥିତ ଥିଲେ I ଏହି ବୈଠକରେ ନୂତନ ଭାବେ ଚୟନ କରାଯାଇଥିବା ସଭାପତି ଓ ସମ୍ପାଦକ କିଭଳି ସଂଘ କୁ ମଝଭୁତ କରିବେ ଓ ସଂଘର କାର୍ଯ୍ୟ କୁ ଆଗକୁ ନେବେ ତାହା ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ I ସର୍ବ ପ୍ରଥମେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭରୁ ଗ୍ରIମ ପଞ୍ଚାୟତରେ ଦୁଇଗୋଟି ପଦ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ସରପଞ୍ଚ ନିଯୁକ୍ତି କରୁଥିଲେ ପଞ୍ଚାୟତ ସମ୍ପାଦକ ଓ ପଞ୍ଚାୟତ ପିଅନ I ଆପଣ ଆଜିକା ଦିନରେ ଦେଖିବେ ଯଦି ସେଇ ସମାନ ଆଇନ ଅନୁଯାୟୀ ଆରମ୍ଭରୁ ଦୁଇଟି ପଦବୀ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ଏବେ ସେଇ ପଞ୍ଚାୟତ ସମ୍ପାଦକ ମାନେ ପ୍ରଥମେ ପଦନ୍ନୋତି ପାଇ ହେଲେ ଗ୍ରାମ ସେବକ(VLW) ଓ ପୁଣି ତା ପରେ ଆଉ ଥରେ ପଦନ୍ନୋତି ପାଇ ହେଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(PEO) ଓ ତା ସହିତ ମୋଟା ଅଙ୍କର ଦରମା ପାଇ ଚାଲିଛନ୍ତି I କିନ୍ତୁ ସେଇ ଆଜିକା ଦିନରେ ଦେଖନ୍ତୁ ପଞ୍ଚାୟତ ପିଅନ ଙ୍କ ପାଇଁ ଏଭଳି ଗୋତି ଶ୍ରମିକ ପ୍ରଥା ଏବେବି ଆମ ଓଡିଶା ଶାସନରେ ଚାଲିଅଛି I ଦେଶ ସ୍ଵାଧୀନ ହେବାର ୭୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେ ବି ଏହି କର୍ମଚାରୀ ମାନେ ଯେମିତି ଦେଶ ୧୯୪୭ ମସିହା ପୂର୍ବରୁ ପରାଧୀନ ଥିଲା ଏବେ ବି ଆମ ଓଡିଶାରେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ତଳ ସ୍ତରରେ ଗୋତି ଶ୍ରମିକ ଭଳିଆ କାର୍ଯ୍ୟ କରି ଚାଲିଥିଲେ ସୁଦ୍ଧା ଓଡିଶା ସରକାର ଏହି କର୍ମଚାରୀଙ୍କ ପ୍ରତି ଆଖି ବୁଜି ଦେଉଥିବା ଜଣା ପଡୁଛି I ଓଡିଶାରେ ମୋଟ ୬୭୯୪ ଗ୍ରାମ ପଞ୍ଚାୟତ ମାନଙ୍କରେ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ପିଅନ କର୍ମଚାରୀଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ (D.P.O) ଙ୍କ ଠାରୁ ନିଯୁକ୍ତି ଅନୁମୋଦନ ଆଦେଶ ପତ୍ର ପାଇ ଗ୍ରାମ ପଞ୍ଚାୟତ ମାନଙ୍କରେ କାର୍ଯ୍ୟ କରୁଛନ୍ତି I ସେହି ଭଳି ଆମ୍ଭ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୪୦୪ ଗ୍ରାମ ପଞ୍ଚାୟତରେ ଜିଲ୍ଲା ପଞ୍ଚାୟତ ଅଧିକାରୀ (D.P.O) ଙ୍କ ଠାରୁ ନିଯୁକ୍ତି ଅନୁମୋଦନ ଆଦେଶ ପତ୍ର ପାଇ ଗ୍ରାମ ପଞ୍ଚାୟତ ମାନଙ୍କରେ କାର୍ଯ୍ୟ କରୁଛନ୍ତି I ଗ୍ରାମ ପଞ୍ଚାୟତ ମାନଙ୍କରେ ନିଯୁକ୍ତି ପାଇଥିବା ଏହି ପିଅନ କର୍ମଚାରୀ ମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ଅଟନ୍ତି ଏବଂ ଏମାନଙ୍କୁ ପଞ୍ଚାୟତ ମାନଙ୍କରେ ଖୁବ କମ ପାରିଶ୍ରମିକ ମିଳୁଛି I ଭିନ୍ନ ଭିନ୍ନ ଗ୍ରାମ ପଞ୍ଚାୟତରେ ଭିନ୍ନ ଭିନ୍ନ ପାରିଶ୍ରମିକ ମିଳେ, ମାତ୍ର ଗୋଟିଏ ୟୁନିଫରମାଲଟି ଅର୍ଥାତ ସମାନ (ଐକିକ) ଭାବେ ପାରିଶ୍ରମିକ ମିଳୁ ନାହିଁ I ଏପରିକି କେଉଁ ଗ୍ରାମ ପଞ୍ଚାୟତରେ ଟ ୫୦୦, ଟ ୧୦୦୦, ଟ ୨୦୦୦ ଙ୍କI ମିଳୁଛି, ଯାହାକି ଓଡିଶା ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗ କମିଶନଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରି ଟ ୪୫୦ ଙ୍କI ଠାରୁ ଅତ୍ୟନ୍ତ କମ ପାରିଶ୍ରମିକ ମିଳୁଅଛି I ଏଣୁ ପାରିଶ୍ରମିକ ରେ ଅସଙ୍ଗତି ରହୁଅଛି ଓଡିଶାର ଭିନ୍ନ ଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ I ବହୁତ ପଞ୍ଚାୟତ ମାନଙ୍କରେ ନିଜସ୍ଵ ଆୟ ଯଥେଷ୍ଟ ନାହିଁ, କାରଣ ବିଭିନ୍ନ ରାଜନୈତିକ ଦଳର କନ୍ଦଳ ହେତୁ ପଞ୍ଚାୟତର ସମ୍ପତ୍ତି ଠିକଣା ସମୟରେ ନିଲାମ ହୋଇପାରୁନାହିଁ I ଏଣୁ ଓ.ଏସ. ଆର.(ଓନ ସୋର୍ସ ଅଫ ରେଭେନ୍ୟୁ) ଯଥେଷ୍ଟ ଜେନେରେଟ ହେଉ ନାହିଁ I ଯଦି କାଁ ଭାଁ କେଉଁ ପଞ୍ଚାୟତ ମାନଙ୍କରେ ରେଭେନ୍ୟୁ ଜେନେରେଟ ହେଉଛି ସେଠାରେ କିନ୍ତୁ ପିଅନ କର୍ମଚାରୀ ଟିକୁ ସଠିକ ମଜୁରି ହାରରେ ଟଙ୍କା ପ୍ରଦାନ କରାଯାଉନାହିଁ I ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରିବାରେ ଇଛାଶକ୍ତି ନାହିଁ ଉଭୟ ଶାସନ ଓ ପ୍ରଶାସନ ସ୍ତରରେ I କାରଣ ପଞ୍ଚାୟତ ପିଅନ କର୍ମଚାରୀଙ୍କୁ ଛାଡିଦେଲେ ପଞ୍ଚାୟତର ଅନ୍ୟ ସମସ୍ତ କର୍ମଚାରୀ ଯଥା – ପିଇଓ, ଭି.ଏଲ.ଡବ୍ଲ୍ୟୁ, ଜି.ଆର.ଏସ, ଏ.ଡି.ଇ.ଓ, ଜେ. ଏସ., ଏସ.ଇ.ଏମ, ଏ ସମସ୍ତ କର୍ମଚାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ସରକାରୀ ବେତନ ଭୋଗୀ କର୍ମଚାରୀ ଅଛନ୍ତି I କେବଳ ପିଅନ କର୍ମଚାରୀ ମାନେ ୨୦୧୪ ମସିହା ୧୨୫ ନିୟମ ଗ୍ରାମ ପଞ୍ଚାୟତରେ କୁତ୍ସିତ ଘୃଣ୍ୟ ବେଠି ପ୍ରଥା ଭଳି ବ୍ୟବସ୍ଥାରେ ବନ୍ଧା ପଡିଛନ୍ତି I ସୀମିତ ଓ ଲଟକି ହୋଇଯାଇଛି ପିଅନ ମାନଙ୍କର ଭାଗ୍ୟ ଓ ଭବିଷ୍ୟତ I କିନ୍ତୁ ପ୍ରକୃତରେ ପଞ୍ଚାୟତ ର ପିଅନ ଗ୍ରାମ ପଞ୍ଚାୟତ କାର୍ଜ୍ୟାଳୟ ସକାଳ ୧୦ ଘଟିକା ଠାରୁ ସନ୍ଧ୍ଯା ୫ ଘଟିକା ପର୍ଯ୍ୟନ୍ତ ଅଫିସ ଖୋଲା ରଖି ପଞ୍ଚାୟତ ର ଯାବତୀୟ କାର୍ଯ୍ୟ ସେବା ଯୋଗାଇ ଆସୁଛନ୍ତି I ଦିନକୁ ଦିନ ପଞ୍ଚାୟତର କ୍ଷମତା ବୃଦ୍ଧି ପାଇଛି , ତା ସାଙ୍ଗକୁ କାର୍ଯ୍ୟଭାର ବୃଦ୍ଧି ପାଇଛି ଓ ସରକାରଙ୍କ ର ବିଭିନ୍ନ ବିଭାଗର ସମସ୍ତ ଉନ୍ନୟନ ଯୋଜନା ମାନ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ ହେଉଅଛି I ଏଥି ପାଇଁ ସରକାରଙ୍କର କୋଟି କୋଟି ଟଙ୍କା ମଧ୍ୟ ବଜେଟ ରଖାଯିବା ସହିତ କାର୍ଯ୍ୟ ସମ୍ପାଦନ କରାଯାଉଅଛି I ମାତ୍ର ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ପିଅନ ମାନଙ୍କ ପାଇଁ ଆଜି ସୁଦ୍ଧା ଭାରତ ସ୍ବାଧିନତାର ୭୮ ବର୍ଷ ବିତିଯାଇଥିଲେ ବି ଏମାନଙ୍କୁ ସରକାରୀ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇନାହିଁ I କେବଳ ଓଡିଶା ଗ୍ରାମ ପଞ୍ଚାୟତ ନିୟମ ୨୦୧୪ ମସିହା ୧୨୫ ନିୟମ ଗୋତି ଶ୍ରମିକ ପ୍ରଥା ଭଳି ବେଠି ଖଟିବା ନିୟମ ପାଖରେ ପିଅନ ମାନଙ୍କ ଭାଗ୍ୟ ବନ୍ଧା ପଡିଛି I ସ୍ଵତନ୍ତ୍ର ବଜେଟ ରଖାଯାଇନାହିଁ ଏହି ପିଅନ କର୍ମଚାରୀଙ୍କ ନିମନ୍ତେ I ଆଜିକୁ ଭାରତ ସ୍ଵାଧୀନତା ହେବାର ୭୮ ବର୍ଷ ହେଲାଣି ପଞ୍ଚାୟତର ପିଅନ ମାନଙ୍କୁ କୌଣସି ପ୍ରକାର କୌଣସି କାଟେଗୋରୀ ରେ ଅନ୍ତର୍ଭୁକ୍ତ କଲେ ନାହିଁ I ମାତ୍ର ଓଡିଶା ଭଳି ଜନକଲ୍ୟାଣ ରାଜ୍ଯରେ ଗୋତି ଶ୍ରମିକ ଭଳି ବେଠି ଘୃଣ୍ୟ ପ୍ରଥା ବ୍ୟବସ୍ଥା ଆଜି ବି ପ୍ରଚଳିତ ଚାଲିଛି ପଞ୍ଚାୟତ ମାନଙ୍କରେ I ସରପଞ୍ଚ ମାନଙ୍କ ହାତ ଟେକ ପାରିଶ୍ରମିକ ସମୁଦ୍ରକୁ ଶଙ୍ଖେ ଭଳି ସଦୃଶ ଅଟେ I ଆଜିକାଲିର ଦରଦାମ ଯାହା ଚାଲିଛି, ଏହି କର୍ମଚାରୀର ପରିବାର ସ୍ୱଳ୍ପ ପାରିଶ୍ରମିକ ପାଇ କେମିତି ଚଳିବେ ସମାଜରେ I ଏହା ଜନସାଧାରଣ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କର୍ରିଛି ଓ କର୍ମଚାରୀଙ୍କ ମଧ୍ୟରେ ଆନ୍ଦୋଳନ ସୃଷ୍ଟି କରୁଛି I ଗଣତନ୍ତ୍ର ରାଷ୍ଟ୍ରରେ ଓ ଜନ କଲ୍ଯାଣ ଭଳି ଓଡିଶା ରାଜ୍ଯରେ I ଏଣୁ ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ ପକ୍ଷରୁ ୧୦ ଗୋଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଗଲା I ଆଶା କରାଯାଉଛି, ମାନ୍ୟବର ବିଧାୟକ/ବିଧାୟିକା ମାନେ ଏହି ପିଅନ ମାନଙ୍କର ବିଭିନ୍ନ ସମସ୍ୟାକୁ ବିଧାନସଭାରେ ପ୍ରସ୍ତାବ ଆଗତ କରି ସମାଧାନ କରିବା ଓ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ଓ ବିଶ୍ବାସ I #salaryhike #regular #Panchayatpeon #odishagovt

ମହିଳା ଫରେଷ୍ଟରଙ୍କୁ ନ୍ୟାୟ ଦେବାରେ ବିଫଳ ପ୍ରଶାସନ...|| Baripada- Mayurbhanj

Trump says U.S. must respond after Apache helicopter attack over Strait of Hormuz

Scalise Asked About Trump Saying CA Elections Are 'Rigged': 'What Evidence Have You Seen?'

Trump Admin moves to STRIP 17 foreign-born Americans of CITIZENSHIP over alleged CRIMES | RISING

What may happen as oil supplies dwindle and Strait of Hormuz remains mostly closed

Latest details on Trump effort to denaturalize 17 U.S. citizens accused of serious crimes

Elon Musk's Warning | India's Fertility Rate Is Falling Fast | Bibhuti Sir

First-ever U.S. sea drone rescue for Apache crew near Strait of Hormuz

Jury deliberating in Karmelo Anthony murder trial

ପଣ୍ଡିଆନଙ୍କ ସମୟରେ ଯାହା ହେଇଛି ଏ ସରକାରରେ କାହିଁ II Kalinga Today Live II

Political roundtable: Can Graham Plattner survive scandals take on Sen. Susan Collins?

House Oversight report BLAMES Democratic leaders in Minnesota for FRAUD

“Sanjeevani” Sujata Set for BJD Entry ! | Nirbhay Gumar Katha

ବାରିପଦା ସହରରେ ୨୫ନଂ ୱାର୍ଡରେ ଚାଲିଲା ସରକାରୀ ବୁଲଡୋଜର୍ || Bulldozer Action in Baripada

Marquette Law School Survey: Trump Support Dropping

GERMANY: "I hope I wake up from this nightmare eventually!" Jan Fleischhauer gets tough!

today's morning news odisha/9 june 2026/subhadra yojana online apply process/odisha news today

